ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଫୋନରେ ନେଦରଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ମାନ୍ୟବର ଶ୍ରୀ ମାର୍କ ରୁଟେଙ୍କ ସହ କଥା ହୋଇଛନ୍ତି ।

ଦୁଇ ନେତା ଭାରତ-ନେଦରଲ୍ୟାଣ୍ଡ ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଆଲୋଚନା ସହିତ ଜଳ ଉପରେ ରଣନୀତିକ ସହଯୋଗ, ପ୍ରମୁଖ କୃଷି କ୍ଷେତ୍ରରେ ସହଯୋଗ, ଉଚ୍ଚ ବୈଷୟିକ ତଥା ଆଗକୁ ବଢୁଥିବା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗର ସମ୍ଭାବନା ଉପରେ ଆଲୋଚନା କରିଥିଲେ । ଭାରତ-ୟୁରୋପିଆନ ୟୁନିଅନ ସମ୍ପର୍କ, ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ପ୍ରସଙ୍ଗ, ଭାରତ-ପ୍ରଶାନ୍ତ ମହାସାଗରୀୟ ସହଯୋଗ ଉପରେ ଦୁଇ ନେତାଙ୍କ ମଧ୍ୟରେ ମତ ବିନିମୟ ହୋଇଥିଲା ।

ନିୟମିତ ଉଚ୍ଚ ସ୍ତରୀୟ ଗସ୍ତ ଏବଂ ଆଲୋଚନା ସହିତ, ଭାରତ-ନେଦରଲ୍ୟାଣ୍ଡ ସମ୍ପର୍କ ନିକଟ ଅତୀତରେ ଅତୁଳନୀୟ ଅଗ୍ରଗତି କରିଛି । ଉଭୟ ପ୍ରଧାନମନ୍ତ୍ରୀ ୦୯ ଏପ୍ରିଲ ୨୦୨୧ ରେ ଏକ ଭର୍ଚୁଆଲ୍ ଶିଖର ସମ୍ମିଳନୀ କରିଥିଲେ ଏବଂ ନିୟମିତ ଭାବରେ କଥା ହୋଇଥିଲେ । ଭର୍ଚୁଆଲ୍ ଶିଖର ସମ୍ମିଳନୀରେ ନେଦରଲ୍ୟାଣ୍ଡ ସହିତ ‘ଜଳ ଉପରେ ରଣନୀତିକ ଭାଗିଦାରୀ' ଆରମ୍ଭ କରାଯାଇଥିଲା ।

ଚଳିତ ବର୍ଷ ଭାରତ ଏବଂ ନେଦରଲ୍ୟାଣ୍ଡ ମିଳିତ ଭାବେ କୂଟନୈତିକ ସମ୍ପର୍କ ସ୍ଥାପନ ହେବାର ୭୫ ବର୍ଷ ସ୍ମରଣ କରୁଛନ୍ତି । ଏହି ସ୍ୱତନ୍ତ୍ର ସମ୍ପର୍କକୁ ଭାରତର ରାଷ୍ଟ୍ରପତିଙ୍କ ନେଦରଲ୍ୟାଣ୍ଡ ଗସ୍ତ ସମୟରେ ଏପ୍ରିଲ୍‍ ୪-୭, ୨୦୨୨ରେ ପାଳନ କରାଯାଇଥିଲା ।

 

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
Indian economy ends 2024 with strong growth as PMI hits 60.7 in December

Media Coverage

Indian economy ends 2024 with strong growth as PMI hits 60.7 in December
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଡିସେମ୍ବର 17, 2024
December 17, 2024

Unstoppable Progress: India Continues to Grow Across Diverse Sectors with the Modi Government